ଅଧିକ ପଢ଼ନ୍ତୁ ଓଡିଶା ଖବର...
ଭଦ୍ରକ: ଇଣ୍ଟରନେଟ୍ କଟକଣା 48 ଘଣ୍ଟା ବୃଦ୍ଧି ।ଭଦ୍ରକ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ 48 ଘଣ୍ଟା ବୃଦ୍ଧି କଟକଣା ବଢ଼ିଥିବା ନେଇ ସୂଚନା ଦେଲେ ପୂର୍ବାଞ୍ଚଳ ଆଇଜି ସତ୍ୟଜିତ୍ ନାୟକ ।ଲିଜ୍ ଲାଇନ୍ ନେଇଥିବା ଉପଭୋକ୍ତା ମଧ୍ୟରାତ୍ରିରୁ ସେବା ପାଇପାରିବେ । ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ଧାରା 163 ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର । ହିଂସା ଘଟଣାରେ ଏବେସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସହ 15 ଜଣ ବନ୍ଧାହେଲେଣି ।ଭଦ୍ରକ ପୁରୁଣା ବଜାରରୁ 8 ଓ ଧାମନଗରରୁ 7 ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପାଳ ଆର୍.ଏନ୍. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଏହା କେବଳ ଏକ ପଦବୀ ନୁହେଁ, ଅତିରିକ୍ତ ଦାୟିତ୍ୱ ବୋଲି ଉଦୟନିଧି କହିଛନ୍ତି। କ୍ୟାବିନେଟ ସମ୍ପ୍ରସାରଣକୁ ଭାଜପା ସମାଲୋଚନା କରିଥିବା ବେଳେ, ଉଦୟନିଧି ନିଜ କାର୍ଯ୍ୟ ଜରିଆରେ ସମାଲୋଚନାର ଜବାବ ଦେବେ ବୋଲି କହିଛନ୍ତି।
ଭି. ସେନ୍ଥିଲ ବାଲାଜୀ ପୁନର୍ବାର ମନ୍ତ୍ରିମଣ୍ଡଳକୁ ଫେରିଥିବାବେଳେ ତାଙ୍କୁ ବିଦ୍ୟୁତ୍ ଏବଂ ଅବକାରୀ ବିଭାଗ ମିଳିଛି। ସେହିପରି ଡ. ଗୋଭି ଚେଝିଆନ୍ଙ୍କୁ ଉଚ୍ଚଶିକ୍ଷା ଏବଂ ଆର୍. ରାଜେନ୍ଦ୍ରନ୍ଙ୍କୁ ପର୍ଯ୍ୟଟନ ବିଭାଗ ଦିଆଯାଇଛି। ନୂଆ ମନ୍ତ୍ରୀମାନେ ରାଜଭବନରେ ଶପଥ ଗ୍ରହଣ କରିଛନ୍ତି। ଏସ୍.ଏମ୍. ନାସାର ସଂଖ୍ୟାଲଘୁ କଲ୍ୟାଣ ଏବଂ ପ୍ରବାସୀ ତାମିଲ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବରୁ ସେ ଷ୍ଟାଲିନ୍ଙ୍କ କ୍ୟାବିନେଟରେ ଦୁଗ୍ଧ ଓ ଡେଏରି ବିଭାଗ ମନ୍ତ୍ରୀ ଥିଲେ। ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତାର ଟ୍ରାମ୍ ସେବାକୁ ବନ୍ଦ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।
ନିଷ୍ପତ୍ତି ଅନୁଯାୟୀ ଐତିହାସିକ ଟ୍ରାମ୍ ସେବା କେବଳ ଏସ୍ପ୍ଲାନେଡ୍ରୁ ମଇଦାନ ରୁଟ୍ ବ୍ୟତୀତ କୋଲକାତାର ଅନ୍ୟ ସବୁ ରୁଟ୍ରେ ବନ୍ଦ ହେବ। ସରକାଙ୍କ ଏଭଳି ନିଷ୍ପତ୍ତିରେ ଅନେକ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଟ୍ରାଫିକ ଭିଡ଼ ପାଇଁ ଟ୍ରାମ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ସେମାନେ କହିଛନ୍ତି। ଟ୍ରାମ୍ ଶସ୍ତା ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ହୋଇଥିବାରୁ ଏହାକୁ ବନ୍ଦ କରାଯିବା ଉଚିତ ନୁହେଁ। ଏହା କୋଲକାତା ଜନସାଧାରଣ ବିଶେଷ କରି ଗରିବଙ୍କ ପାଇଁ ଜୀବନରେଖା ସଦୃଶ ଥିଲା ବୋଲି ଯାତ୍ରୀମାନେ କହିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇଂ ଷ୍ଟାରଲାଇନ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ଗତ ୬ ଜୁନ ୨୦୨୪ରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସିରହିଛନ୍ତି ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ
ଦୀର୍ଘ ଦିନ ଧରି ମହାକାଶରେ ଫସି ରହିଥିବା ମହାକାଶଚାରୀ ସୁନୀତାଙ୍କୁ ଫେରାଇ ଆଣିବା ପାଇଁ କ୍ରୁ-୯ ଅଭିଯାନ ଆରମ୍ଭ ହୋଇଛି। ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ସେଣ୍ଟରରୁ ନାସାରା କ୍ରୁ-୯ ସଫଳତାର ସହ ଉତ୍କ୍ଷେପଣ ହୋଇଥିବା ନେଇ ସୂଚନା ଦେଇଛି ନାସା । ଆସନ୍ତା ୩୦ ତାରିଖରେ ରତୀୟ ସମୟ ଭୋର ୩ଟା ସମୟରେ ଏହି ଯାନ ଇଣ୍ଟରନାସନାଲ ସ୍ପେଶ ଷ୍ଟେସନରେ ଓହ୍ଲାଇବ ।
ନାସା ମହାକାଶଚାରୀ ନିକ୍ ହେଗ୍ ଏହି ମିଶନର ନେତୃତ୍ୱ ନେଉଥିବାବେଳେ ରୁଷିଆର ରସ୍କୋସ୍ମୋସ୍ ମହାକାଶଚାରୀ ଆଲେକସାନ୍ଦ୍ର ଗୋର୍ବୁନୋଭ ମିଶନ ସ୍ପେଶାଲିଷ୍ଟ ଭାବେ ତାଙ୍କୁ ସହଯୋଗ କରିବେ। ଆସନ୍ତା ବର୍ଷ ଫେବୃଆରୀରେ ହେଗ୍ ଓ ଗୋର୍ବୁନୋଭଙ୍କ ସହ ସୁନୀତା ଓ ବୁଚ୍ ମଧ୍ୟ ଡ୍ରାଗନ୍ କ୍ୟାପସୁଲ ଯୋଗେ ପୃଥିବୀ ଫେରି ଆସିବେ। ଏହା ସହ କ୍ରିଉ-୯ ମିଶନ ଶେଷ ହେବ ବୋଲି ନାସା ସୂଚନା ଦେଇଛି। ତେବେ କ୍ରୁ- ୯ ଆସିବା ପୂର୍ବରୁ କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ କ୍ରୁ-୮ କ୍ରାଡଗ୍ କ୍ୟାପସୁଲ ବ୍ୟବହାର କରାଯିବ ବୋଲି କହିଛି ନାସା ।
ଅଧିକ ପଢ଼ନ୍ତୁ ଓଡିଶା ଖବର...